ପୂଜାପୁଜି

କର୍ଣ୍ଣ ପୁତ୍ର ଵୃଷକେତୁ

ମହାଭାରତ ଯୁଦ୍ଧ ଇତିହାସ ର ସବୁଠାରୁ ବଡ ଯୁଦ୍ଧ ଅଟେ | ଧର୍ମ ଏବଂ ଅଧର୍ମ ର ଏହି ଯୁଦ୍ଧ ରେ ଗୋଟିଏ ପରିବାର ର ହିଁ ପାଣ୍ଡବ ଏବଂ କୌରବ ଭାଗ ନେଇଥିଲେ | ମହାଯୁଦ୍ଧ ଶେଷ ରେ ପାଣ୍ଡବ ବିଜୟୀ ହୋଇ  ଧର୍ମ ର ସ୍ଥାପନା କଲେ | କିନ୍ତୁ ଏହି ମହାଯୁଦ୍ଧ ଉପରାନ୍ତେ ବହୁ ଯୋଦ୍ଧା ମୃତ୍ୟୁ ଲାଭ କରିଥିଲେ ଏବଂ ବହୁ ପରିବାର ଛିନ୍ନ ଭିନ୍ନ ହୋଇଯାଇଥିଲା | ଏହି ଯୁଦ୍ଧ ଉପରାନ୍ତେ ମଧ୍ୟ ଦୁଇ ପକ୍ଷରୁ କିଛି ଯୋଦ୍ଧା ଜୀବିତ ଥିଲେ, ସେମାନଙ୍କ ମଧ୍ୟରୁ ଜଣେ ଥିଲେ ଦାନବୀର କର୍ଣ୍ଣ ଙ୍କ ପୁତ୍ର ଵୃଷକେତୁ|

ଵୃଷକେତୁ କୌରବ ସେନା ପକ୍ଷ ରୁ ଲଢ଼ିଥିବା ସେନା ମଧ୍ୟରୁ ଜଣେ ଥିଲେ | ସେ ପାଣ୍ଡବଙ୍କ ବଂଶଜ ଥିଲେ ଏବଂ ଏହି କଥା ଯୁଦ୍ଧ ଉପରାନ୍ତେ ସମସ୍ତେ ଜାଣିଥିଲେ କାରଣ କର୍ଣ୍ଣ କୁନ୍ତିପୁତ୍ର ବୋଲି କର୍ଣ୍ଣ ବଦ୍ଧ ପରେ ଜଣ ପଡିଥିଲା | ଵୃଷକେତୁ ଏକ ଅସାଧାରଣ ଯୋଦ୍ଧା ଥିଲେ ଯିଏ କି ବ୍ରହ୍ମାସ୍ତ୍ର, ଅଗ୍ନି ଅସ୍ତ୍ର, ବରୁଣ ଅସ୍ତ୍ର ଆଦି ଅନେକ ମରଣାନ୍ତକ ଅସ୍ତ୍ରଧାରୀ ଥିଲେ | ମହାଭାରତ ଭଳି ମହାଯୁଦ୍ଧ ରେ ଅଠର ଦିନ ଜୀବିତ ରହିବା ହିଁ ପ୍ରମାଣ କରୁଛି ଯେ ଵୃଷକେତୁ ଜଣେ ମହାନ ଯୋଦ୍ଧା ଥିଲେ |

ଦାନବୀର କର୍ଣ୍ଣ ଏବଂ ବୃଷାଳିଙ୍କ ଏକମାତ୍ର ଜୀବିତ ପୁତ୍ର ଥିଲେ | ଏଣୁ କର୍ଣ୍ଣ ଙ୍କ ଜନ୍ମ କାହାଣୀ ଜାଣିବା ପରେ ଅର୍ଜୁନ ଶୋକଗରସ୍ଥ ହୋଇଥିଲେ ଯେ ସେ ଯୁଦ୍ଧ ରେ ନିଜ ଭାଇ ଏବଂ ପୁତୁରା ମାନଙ୍କ ବଦ୍ଧ କରିଥିଲେ | ପଶ୍ଚାତାପ ସ୍ୱରୂପ  ସେ କର୍ଣ୍ଣ ପୁତ୍ର ଵୃଷକେତୁ କୁ ନିଜ ସନ୍ତାନ ଭଳି ପାଳିଥିଲେ ଏବଂ ସତ୍ବୁଦ୍ଧି ଓ ଉଚିତ ଜ୍ଞାନ ପ୍ରଦାନ କରିଥିଲେ | ଵୃଷକେତୁ ସର୍ବଦା ଭାବୁଥିଲେ ଯେ ଅର୍ଜୁନ ଏବଂ ଅନ୍ୟ ପାଣ୍ଡବ ତାଙ୍କୁ ଘୃଣା କରୁଥିବେ କାରଣ ସେ ତାଙ୍କ ଶତ୍ରୁ କର୍ଣ୍ଣ ଙ୍କ ପୁଅ ଅଟନ୍ତି | କିନ୍ତୁ ସେ ଯେତେବେଳେ ଦେଖିଲେ ଯେ ସମସ୍ତ ପାଣ୍ଡବ ବହୁତ ଦୁଖୀ ଥିଲେ କର୍ଣ୍ଣ ବଦ୍ଧ ଯୋଗୁଁ ତାଙ୍କ ମନ ପରିବର୍ତନ ହେଲା | ୟା ପୂର୍ବରୁ ଵୃଷକେତୁ ମଧ୍ୟ ସମସ୍ତ ପାଣ୍ଡବଙ୍କୁ ଘୃଣା କରୁଥିଲେ କିନ୍ତୁ  ଅର୍ଜୁନଙ୍କୁ ଅଧିକ ଘୃଣା କରୁଥିଲେ କାରଣ ଅର୍ଜୁନ ଯୁଦ୍ଧରେ କର୍ଣ୍ଣଙ୍କୁ ଛଳନା କରି ମାରିଥିଲେ | ଭଗବାନ ଶ୍ରୀକୃଷ୍ଣ ମଧ୍ୟ ଵୃଷକେତୁ କୁ ବହୁତ ଆଦର କରୁଥିଲେ କାରଣ କର୍ଣ୍ଣ ସର୍ବଦା ଶ୍ରୀକୃଷ୍ଣଙ୍କ ଲାଗି ଆଦରଣୀୟ ଏବଂ ସମ୍ମାନନୀୟ ଥିଲେ |

ଵୃଷକେତୁ ସଂସାର ର ଶେଷ ଯୋଦ୍ଧା ଥିଲେ ଯିଏ କି ବ୍ରହ୍ମାସ୍ତ୍ର, ବରୁଣ ଅସ୍ତ୍ର, ବାୟୁ ଅସ୍ତ୍ର ଏବଂ ଅଗ୍ନି ଅସ୍ତ୍ର ଚଳାଇବା ବିଧି ଜାଣିଥିଲେ | ଏହି ଜ୍ଞାନ ତାଙ୍କ ମୃତ୍ୟୁ ସହ ହିଁ ସମାପ୍ତ ହୋଇଥିଲା | ଶ୍ରୀକୃଷ୍ଣ ଜାଣିଥିଲେ ଯେ କିଛି ସମୟ ପରେ କଳିଯୁଗ ଆରମ୍ଭ ହେବ ଏଣୁ ସେ ଵୃଷକେତୁ କୁ ଏହି ଜ୍ଞାନ କାହାକୁ ଶିଖାଇବା ଲାଗି ମନ କରିଥିଲେ | ଶ୍ରୀକୃଷ୍ଣ ଜାଣିଥିଲେ ଏହି ଜ୍ଞାନ ମଣିଷ ଦୁରୁପଯୋଗ କରିବା ରେ ପଛ ଘୁଞ୍ଚା ଦେବ ନାହିଁ |

ମିଷ୍ଟ ଭାଷି ଏବଂ ନମ୍ର ଵୃଷକେତୁ ପାଣ୍ଡବଙ୍କ ଏତେ ପ୍ରିୟ ଥିଲେ ଯେ, ଵୃଷକେତୁ ଓ ଯୁଯୁଛୁ ଙ୍କ ଅନୁଧ୍ୟାନ ରେ ହିଁ ପରୀକ୍ଷିତ ଙ୍କ ରାଜ୍ୟ ଅଭିଷେକ କରିଥିଲେ ଏବଂ ପରେ ହିମାଳୟ ଚାଲିଯାଇଥିଲେ |  

Leave a Comment