ପୂଜାପୁଜି

ଶ୍ରୀକୃଷ୍ଣ ରାଧାଙ୍କୁ ବିବାହ କାହିଁକି କରିନଥିଲେ ?

radha-krushna

ରାଧାକୃଷ୍ଣଙ୍କ ପ୍ରେମ କାହାଣୀ ସଦା ଆମର ଏବଂ ସର୍ବତ୍ର ପୂଜିତ ଅଟେ | ଶ୍ରୀକୃଷ୍ଣଙ୍କ ରାଧାଙ୍କ ସହ ବିଭିନ୍ନ ପ୍ରକାର ଲୀଳା ଏବଂ ରାଧାଙ୍କ ଶ୍ରୀକୃଷ୍ଣଙ୍କ ପ୍ରତି ଥିବା ପ୍ରେମ କାହାକୁ ଅଜଣା ନାହିଁ | ପୁରାଣ ସାଷ୍ଟର ଅନୁଯାୟୀ ରାଧାଙ୍କ ନାମ ସର୍ବଦା ଶ୍ରୀକୃଷ୍ଣଙ୍କ ପୂର୍ବରୁ ହିଁ ନିଆଯାଇଥାଏ (ରାଧାକୃଷ୍ଣ) | ଏପରିକି ରାଧାକୃଷ୍ଣଙ୍କ ପ୍ରେମକାହାଣୀ କୁ ଜୀବତ୍ମା ଏବଂ ପରମାତ୍ମା ର ମିଳନ ବୋଲି ମଧ୍ୟ ସମ୍ବୋଧନ କରାଯାଏ | କିନ୍ତୁ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ସର୍ବଦା ଉଙ୍କି ମାରିଥାଏ ଯେ ଶ୍ରୀକୃଷ୍ଣ ରାଧାଙ୍କୁ ବିବାହ କାହିଁକି କରିନଥିଲେ |

ପୁରାଣରେ ଏହି ବାବଦରେ ବିଭିନ୍ନ ପ୍ରକାରର କାରଣ ଦର୍ଶାଯାଇଅଛି  | ଏହିପରି ଏକ କାରଣ ହେଉଛି ଯେ ରାଧା ନିଜେ ଶ୍ରୀକୃଷ୍ଣ ଙ୍କୁ ବିବାହ କରିବା ଲାଗି ମନାକରିଥିଲେ କାରଣ ସେ ଭାବୁଥିଲେ ନିଜେ ଗୋପାଳୁଣୀ ହୋଇଥିବା ହେତୁ, ରାଜମହଲ ର ଯୋଗ୍ୟା ନୁହନ୍ତି  | ଭିନ୍ନ ଏକ କାରଣ ଅନୁସାରେ ଏକଦା ରାଧା ଶ୍ରୀକୃଷ୍ଣଙ୍କୁ ପଚାରିଥିଲେ ଯେ ସେ କାହିଁକି ରାଧାଙ୍କୁ ବିବାହ କରିବାକୁ ଚାହୁଁନାହାନ୍ତି | ଏଥିରେ ଶ୍ରୀକୃଷ୍ଣ ଉତ୍ତର ଦେଇଥିଲେ ଯେ ଜଣେ ବ୍ୟକ୍ତି କେବେ ବି ନିଜ ଆତ୍ମା କିମ୍ବା ଆତ୍ମା ର ଏକ ଅଂଶ କୁ କିପରି ଭାବେ ବିବାହ କରିପାରିବ | ଶ୍ରୀକୃଷ୍ଣଙ୍କ ଅନୁସାରେ ରାଧା ଏବଂ କୃଷ୍ଣ ଏକ ଅଟନ୍ତି ଏବଂ ଭିନ୍ନ ଅସ୍ଥିତ୍ୱ କିଛି ନାହିଁ | ରାଧାଙ୍କୁ ଏହି କଥାକୁ ହୃଦୟଙ୍ଗମ କରିସାରିଥିଲେ ଯେ ଶ୍ରୀକୃଷ୍ଣ ସ୍ୱୟଂ ପରମବ୍ରହ୍ମ ଅଟନ୍ତି ଏବଂ ସେ ଶ୍ରୀକୃଷ୍ଣଙ୍କ ଭକ୍ତି ରେ ସମ୍ପୂର୍ଣ୍ଣ ଭାବେ ଲୀନ ହୋଇ ସାରିଥିଲେ ଏବଂ ସେହି ସମ୍ପର୍କ କୁ ନାନା ସମୟରେ ଲୋକେ ଭୌତିକ ପ୍ରେମ ବୋଲି ଭାବିଥାନ୍ତି | ଏଣୁ କିଛି ତର୍କ ଅନୁଯାୟୀ ରାଧା ଏବଂ କୃଷ୍ଣ ଙ୍କ ମଧ୍ୟରେ ବିବାହ ଯୋଗ୍ୟ ସମ୍ପର୍କ ତର୍କହୀନ ଅଟେ |

ରାଧା ଶ୍ରୀକୃଷ୍ଣ ଙ୍କ ଦୈବୀ ସମ୍ପନ୍ନ ଗୁଣ ବିଷୟରେ ଭଲଭାବରେ ଜାଣିଥିଲେ | ପୁରାଣକୁ ଅନୁଧ୍ୟାନ କଲେ ଜଣାଯାଏ ଯେ ୮ ବର୍ଷ ବୟସ ରେ ଖେଳ ଖେଳ ରେ ଶ୍ରୀକୃଷ୍ଣ ଏବଂ ରାଧା ବିବାହ ର ଖେଳ ଖେଳୁଥିଲେ କିନ୍ତୁ ବାସ୍ତବିକ ରେ କେବେ ମଧ୍ୟ ଦୁହିଁଙ୍କ ମଧ୍ୟରେ କେବେ ବି ବିବାହ ହୋଇନଥିଲା | ରାଧା ଶ୍ରୀକୃଷ୍ଣ ଙ୍କ ବାଲ୍ୟକାଳର ପ୍ରେମିକ ଥିଲେ ଯାହାକୁ ସେ ସାରା ଜୀବନ ଭୁଲି ପାରିନଥିଲେ | ପୁରାଣ ପୃଷ୍ଟଭୁମି ରେ କେବେ ମଧ୍ୟ ଶ୍ରୀକୃଷ୍ଣ ଙ୍କ ଗୋକୁଳ ଧାମ କୁ ଫେରି ଆସିବା କିମ୍ବା ରାଧାଙ୍କର ଦ୍ୱାରିକା ଯିବା କଥା ବର୍ଣନା କରାଯାଇନାହିଁ |

ଅନ୍ୟ ଏକ ପୌରାଣିକ କଥା ଅନୁସାରେ ଏକ ଅଭିଶାପ ଯୋଗୁଁ ରାଧା ଏବଂ କୃଷ୍ଣଙ୍କ ମିଳନ ହୋଇପାରିନଥିଲା | ବ୍ରହ୍ମ ବୈବର୍ତ ପୁରାଣ ଅନୁଯାୟୀ ପୃଥିବୀ ଲୋକ ରେ ଜନ୍ମ ନେବା ପୂର୍ବରୁ ଏକଦା ରାଧାଙ୍କ ଝଗଡା ଶ୍ରୀକୃଷ୍ଣଙ୍କ ସେବିକା ଶ୍ରୀଧାମା ଙ୍କ ସହିତ ହୋଇଥିଲା | ରାଧାରାଣୀ କ୍ରୋଧରେ ଶ୍ରୀଧାମା ଙ୍କୁ ରାକ୍ଷସ ରୂପରେ ଜନ୍ମ ନେବାପାଇଁ ଅଭିଶାପ ଦେଇଥିଲେ | ଏହା ବଦଳରେ ଶ୍ରୀଧାମା ମଧ୍ୟ ରାଧାଙ୍କୁ ଅଭିଶାପ ଦେଇଥିଲେ ଯେ ସେ ମାନବ ରୁପରେ ଜନ୍ମ ନେବେ ଏବଂ ନିଜ ପ୍ରେମିକଠାରୁ ଶହେ ବର୍ଷ ପର୍ଯ୍ୟନ୍ତ ବିରହ ଭୋଗିବେ ଏବଂ ବିରହ ଯୋଗ ପରେ ସେ ଶ୍ରୀକୃଷ୍ଣଙ୍କ ସଂଗତି ପାଇବେ ଓ ବୈକୁଣ୍ଠପୁରା କୁ ଫେରିପାରିବେ | କିଛି ତଥ୍ୟ ଅନୁସାରେ ଶ୍ରୀକୃଷ୍ଣ ରାଧାଙ୍କୁ ଏଥିଲାଗି ମଧ୍ୟ ବିବାହ କରିନଥିଲେ କାରଣ ସେ ପ୍ରମାଣ କରିବାକୁ ଚାହୁଁଥିଲେ ଯେ ପ୍ରେମ ଏବଂ ବିବାହ ଦୁହେଁ ପରସ୍ପରର ପରିପୂରକ ନୁହନ୍ତି | ଦୁହେଁ ଦୁହିଁଙ୍କ ଠାରୁ ଭିନ୍ନ ଅଟନ୍ତି | ପ୍ରେମ ଏକ ନିସ୍ଵାର୍ଥ ସେବା ଅଟେ କିନ୍ତୁ ବିବାହ ଗୃହସ୍ଥ ଜୀବନ ର ଏକ ଅନୁବନ୍ଧ ଅଟେ | ଅନୁୟ ଏକ ଲୋକମତ ଅନୁଯାୟୀ ମାନବଜାତି କୁ ନିସ୍ଵାର୍ଥ ଏବଂ ଆନ୍ତରିକ ପ୍ରେମର ମହତ୍ୱ ଶିଖାଇବା ସକାଶେ ଶ୍ରୀକୃଷ୍ଣ ରାଧାଙ୍କୁ ବିବାହ କରିନଥିଲେ |

ରାଧା କୃଷ୍ଣ ପ୍ରେମକାହାଣୀ ଅଲୌକିକ ଅଟେ ଏବଂ ଏହା ଭୌତିକ ସମ୍ପର୍କ ନୁହେଁ | ନାନା ପ୍ରକାରର କାହାଣୀ ଏବଂ ପୁରାଣ ତଥ୍ୟ କୁ ପଢିଲେ ଜଣାପଡେ ଯେ ଏହା ଏକ ଆଧ୍ୟାତ୍ମିକ ସମ୍ପର୍କ ର ପ୍ରକୃତ ପରିଭାଷା ଅଟେ |

Related posts

Leave a Comment