ପୂଜାପୁଜି

ଶ୍ରୀରାମଙ୍କ ଠାରୁ ବଡ ଶ୍ରୀରାମଙ୍କ ନାମ |

ଯୁଗେ ଯୁଗେ ଧର୍ମର ସ୍ଥାପନା ନିମନ୍ତେ  ସ୍ୱୟଂ ଭଗବାନ ଧରା ପୃଷ୍ଠରେ ଅବତାର ଗ୍ରହଣ କରନ୍ତି ଏବଂ ଅଧର୍ମୀଙ୍କ ସାଙ୍ଗେ  ଯୁଦ୍ଧ କରିବା ଆମ ପୁରାଣ ଶାସ୍ତ୍ର ରେ ବହୁବାର ବର୍ଣନା କରାଯାଇଅଛି ଏବଂ ଆମ ମାନଂକ ମଧ୍ୟରୁ ଅନେକ ଜଣ ସେ ବିଷୟରେ ଜାଣିଛେ ମଧ୍ୟ | କିନ୍ତୁ କେହି କେବେ ସ୍ୱୟଂ ଭଗବାନ ଏବଂ ତାଙ୍କ ପରମ ଭକ୍ତଙ୍କ ମଧ୍ୟରେ ଝଗଡା ବିଷୟରେ ଶୁଣିଛନ୍ତି କି ?

ଦ୍ୱାପର ଯୁଗ ରାମାୟଣ କାଳରେ ଯଯାତି ନାମକ ଜଣେ ସମ୍ରାଟ ଥିଲେ | ଏକଦା ଗୁରୁ ବିଶ୍ଵାମିତ୍ର ପ୍ରଭୁ ଶ୍ରୀରାମଙ୍କୁ ରାଜା ଯଯାତିଙ୍କ ଉପରେ ଆକ୍ରମଣ କରିବା ପାଇଁ ଆଦେଶ ଦେଇଥିଲେ | ଏବଂ ଗୁରୁଙ୍କ ନିର୍ଦେଶ ଅନୁସାରେ ଶ୍ରୀରାମ ରାଜା ଯଯାତିଙ୍କ ବଦ୍ଧ କରିବାକୁ ଆଗଭର ହେଲେ | କିନ୍ତୁ ସଙ୍କଟର ଏଭଳି ପରିସ୍ଥିତି ରେ ରାଜା ଯଯାତି ହନୁମାନଙ୍କୁ ସାହାଯ୍ୟ ମାଗି ବୁଦ୍ଧିମତା ର ପରିଚୟ ଦେଇଥିଲେ | ଏପଟେ ହନୁମାନ ମାତା ଅଂଜନୀଙ୍କ ଆଦେଶ ରେ ରାଜା ଯଯାତିଙ୍କୁ  ରକ୍ଷା କରିବାର ବଚନ ଦେଇଥିଲେ |

ଶ୍ରୀ ହନୁମାନ ମହାଜ୍ଞାନୀ ଏବଂ ଚତୁର ଥିଲେ | ସେ ଜାଣିଥିଲେ ଶ୍ରୀରାମଙ୍କ ଠାରୁ ବଡ  ଶ୍ରୀରାମଙ୍କ ନାମ ଅଟେ | ଭକ୍ତ ହନୁମାନ ନିଜ ଆରାଧ୍ୟ ଦେବତାଙ୍କ ଉପରକୁ ଅସ୍ତ୍ର ଶସ୍ତ୍ର ପ୍ରୟୋଗ କରିବା ଅସମ୍ଭବ ଥିଲା | ଏଣୁ ସେ ଯୁଦ୍ଧ କରିବା ବଦଳରେ ପ୍ରଭୁ ଶ୍ରୀରାମଙ୍କ ନାମ ଜପିବା ଆରମ୍ଭ କରିଦେଲେ | ଆରପଟେ ଶ୍ରୀରାମ ନିଜ ତୁଣିର ରୁ ନାନା ପ୍ରକାର ର ଅସ୍ତ୍ର ଶସ୍ତ୍ର ହନୁମାନଙ୍କ ଉପରେ ପ୍ରୟୋଗ କରିବାରେ ଲାଗିଲେ |କିନ୍ତୁ ପ୍ରଭୁ ଶ୍ରୀରାମଙ୍କ ସମସ୍ତ ଅସ୍ତ୍ର ବ୍ୟର୍ଥ ଯାଉଥିଲା ଏବଂ ହନୁମାନଙ୍କୁ କିଛି କ୍ଷତି ପହଞ୍ଚାଉନଥିଲା ଏହା ଦେଖି ମହର୍ଷି ବିଶ୍ଵାମିତ୍ର ଆଶ୍ଚର୍ଯ୍ୟ ହୋଇଥିଲେ ଏବଂ ହନୁମାନଙ୍କ ଭକ୍ତି ଭାବ ଓ ଚତୁରତା ଦେଖି ପ୍ରସନ୍ନ ହୋଇଥିଲେ | 

ତତ୍ ପଶ୍ଚାତ୍ ମହର୍ଷି ବିଶ୍ଵାମିତ୍ର ଶ୍ରୀରାମଙ୍କୁ ଧର୍ମସଂକଟ ରୁ ମୁକ୍ତ  କରି ଯୁଦ୍ଧ ରୋକିବା ପାଇଁ ଆଦେଶ ଦେଇଥିଲେ ଏବଂ ରାଜା ଯଯାତିଙ୍କୁ ଜୀବନ ଦାନ ଦେଇଥିଲେ |

Related posts

Leave a Comment