ପୂଜାପୁଜି

ଦ୍ରୌପଦୀ ଜନ୍ମ ରହସ୍ୟ ଏବଂ କିଛି ଅଜଣା ତଥ୍ୟ ।

ମାତା ସୀତା, ଦ୍ରୌପଦୀ, ମକରଧ୍ବଜ ଆଦି ପୌରାଣିକ ପାତ୍ର ଙ୍କ ଜନ୍ମ କାହାଣୀ ତୟନ୍ତ ବିଚିତ୍ର ଅଟେ । ଏ ସମସ୍ତଙ୍କ ଜନ୍ମ ପ୍ରକ୍ରିୟା ଅପ୍ରାକୃତିକ ଥିଲା । ଯେପରିକି ମାତା ସୀତା ଭୂମି ରୁ, ଦ୍ରୌପଦୀ ଅଗ୍ନି ରୁ, ଏବଂ ମକରଧ୍ବଜ ମାଛ ସହଯୋଗ ରେ ଜନ୍ମିତ । କେବଳ ଏହି ତିନି ଜଣଙ୍କ ଜନ୍ମ ରହସ୍ୟମୟ ଥିଲା ସେଇୟା ନୁହଁ, ଆମ ପୁରାଣ ଶାସ୍ତ୍ର ଅଂଜୟୀ ଏପରି ବହୁତ ମୂନି, ଋଷି, ଯୋଦ୍ଧା ଏବଂ ଅନ୍ୟ ପତ୍ର ଅଛନ୍ତି ଯାହାଙ୍କ ଜନ୍ମ କାହାଣୀ ଅତ୍ୟନ୍ତ ରୋମାଞ୍ଚକ ଅଟେ ଯାହା ଆଜିକା ସମୟରେ ବୈଜ୍ଞାନିକ ପ୍ରତିଵୋଧ ହୁଏ ନାହିଁ ।

ଦେବୀ ଦ୍ରୌପଦୀ ଯୁବତୀ ଅବସ୍ଥା ରେ ଯଜ୍ଞ କୁଣ୍ଡରୁ ଅଗ୍ନିଦେବଙ୍କ କୃପାରୁ ଜନ୍ମ ହୋଇଥିଲେ । କୁହାଯାଏ ଯେ ରାଜା ଦ୍ରୁପଦ କୁରୁବଂଶ ବିନାଶ ପରିକଳ୍ପନା କରି ଦ୍ରୌପଦୀଙ୍କୁ ଉତ୍ପନ୍ନ କରାଇଥିଲେ । ସେ ଗୁରୁ ଦ୍ରୋଣାଚାର୍ଯ୍ୟ ଙ୍କୁ ଆଶ୍ରୟ ଦେଇଥିବା ଏବଂ ତାଙ୍କୁ ଯୁଦ୍ଧରେ ରେ ପରାଜିତ କରି ବନ୍ଦୀ ବନେଇଥିବା କୁରୁବଂଶ ରାଜକୁମାର ଙ୍କ ଠାରୁ ପ୍ରତିଶୋଧ ଏବକୁ ଚାହୁଁଥିଲେ ।

ଗୁରୁ ଦ୍ରୋଣାଚାର୍ଯ୍ୟଙ୍କ ଠାରୁ ନିଜ ଶିକ୍ଷା ସମ୍ପନ୍ନ ପରେ ପାଣ୍ଡବ ଏବଂ କୌରବ ଗୁରୁ ଦକ୍ଷିଣ ଦେବା ଲାଗି ଆଗ୍ରହ ପ୍ରକାଶ କଲେ । ଦ୍ରୋଣାଚାର୍ଯ୍ୟ ବହୁ ବର୍ଷ ପୂର୍ବେ ପାଞ୍ଚାଳ ନରେଶ ଦ୍ରୁପଦ ଙ୍କ ଦ୍ୱାରା କରାଯାଇଥିବା ଅପମାନ ର ରତୀଶୋଧ ସକାଶେ ପ୍ରତିଜ୍ଞା କରିଥିଲେ ଯେ ତାଙ୍କ ଦ୍ୱାରା ଶିକ୍ଷା ପ୍ରାପ୍ତ କରିଥିବା ବିଦ୍ୟାର୍ଥୀ ଦ୍ରୁପଦଙ୍କୁ ବନ୍ଦୀ ବନେଇ ଆଣିବେ ।  ଏଣୁ ସେ ହିଁ ଶାୟାରେ ଉଭୟ ପାଣ୍ଡବ ଏବଂ କୌରବଙ୍କୁ କହିଥିଲେ । ଏହା ଶୁଣି ପ୍ରଥମେ କୌରବ ମାନେ ପାଞ୍ଚାଳ ଉପରେ ଆକ୍ରମଣ କରିଥିଲେ କିନ୍ତୁ ସେମାନେ ଦ୍ରୁପଦଙ୍କ ଠାରୁ ପରାସ୍ତ ହେବ ଦେଖି ପାଣ୍ଡବ ଆକ୍ରମଣ କଲେ ଏବଂ ରାଜା ଦ୍ରୁପଦନକୁ ପରାସ୍ତ କରି ବନ୍ଦୀ ବନାଇଥିଲେ । ଦ୍ରୋଣାଚାର୍ଯ୍ୟ ଦଣ୍ଡ ବାରୂପ ଦ୍ରୁପଦଙ୍କ ଠାରୁ ଅଧା ରାଜ୍ୟ  ନେଇଥିଲେ କିନ୍ତୁ ମିତ୍ରତା ଯୋଗୁଁ ବାକି ଅଧା ରାଜ୍ୟ  ଫେରେଇଦେଇଥିଲେ । କିଛି ସମୟ ପରେ ରାଜା ଦ୍ରୁପଦ ସେହି ଅପମାନ ର ପ୍ରତିଶୋଧ ନେବା ଲାଗି ଏକ ବିରାଟ ଯୁଦ୍ଧ ର ଯୋଜନା କରିଥିଲେ ଏବଂ ସେହି ଯଜ୍ଞ କୁଣ୍ଡ ରୁ ଦ୍ରୌପଦୀ ଏବଂ ଦ୍ରୁଷ୍ଟାଦ୍ୟୁମ୍ନ ଉତତ୍ପନ୍ନ ହୋଇଥିଲେ । ପରବର୍ତୀ ସମୟରେ ଦ୍ରୌପଦୀ ବସ୍ତ୍ରହରଣ ଯୋଗୁଁ ମହାଭାରତ ଯୁଦ୍ଧ ହୋଇଥିଲା ଯେଉଁଥିରେ କୌରବ ସେନା ପକ୍ଷରୁ ଲଢ଼ିଥିଲେ ଏବଂ ଦ୍ରୁଷ୍ଟଦ୍ୟୁମ୍ନ ପାଣ୍ଡବ ସେନା ପକ୍ଷରୁ ଲଢ଼ି ଦ୍ରୋଣାଚାର୍ଯ୍ୟ ଙ୍କ ବଦ୍ଧ କରିଥିଲେ ।

ଦ୍ରୌପଦୀଙ୍କ କୁମାରୀତ୍ବ :

ସଂସ୍କୃତ ରେ ଏକ ଶ୍ଳୋକ ଅଛି :

ଅହଲ୍ୟା, ଦ୍ରୌପଦୀ, ସୀତା, ତାରା, ମନ୍ଦୋଦରୀ ତଥା

ପଞ୍ଚତାନି ସ୍ମରେନିତ୍ୟଂ ମହାପାତକ ନାଶନମ୍

ଏହାର ଭାବାର୍ଥ ହେଉଛି ଅହଲ୍ୟା, ଦ୍ରୌପଦୀ, ସୀତା, ତାରା ଏବଂ ମନ୍ଦୋଦରୀ ଏହି ପାଞ୍ଚ କନ୍ୟାଙ୍କ ଗୁଣ ଏବଂ ଜୀବନ ଚର୍ଯ୍ୟା କୁ ନିତ୍ୟ ସ୍ମରଣ କଲେ  ମହାପାପ ର ନାଶ ହୋଇଥାଏ । ଦ୍ରୌପଦୀଙ୍କୁ ପଞ୍ଚକନ୍ୟା ମଧ୍ୟରୁ ଜଣେ ମାନ୍ୟ ଦିଆଯାଏ । ପଞ୍ଚ କନ୍ୟା ଅର୍ଥାତ ଏପରି ପାଂଚ ସ୍ତ୍ରୀ ଯାହାଙ୍କୁ ସର୍ବଦା କୁମାରୀ ହୋଇ ଏହିବା ଆଶୀର୍ବାଦ ପ୍ରାପ୍ତ ଥିଲା । ଏହି ପାଞ୍ଚ କନ୍ୟା ନିଜ ଇଛା ଶକ୍ତି ଅନୁସାରେ କୁମାରୀତ୍ବ ପ୍ରାପ୍ତି କରିପାରୁଥିଲେ ।

ସମସ୍ତେ ଜାଣନ୍ତି ଯେ ଦ୍ରୌପଦୀଙ୍କ ବିବାହ ପଂଚୁ ପାଣ୍ଡବଙ୍କ ସହ ହୋଇଥିଲା ଅର୍ଥାତ ତାଙ୍କର ପାଞ୍ଚ ଜଣ ସ୍ୱାମୀ ଥିଲେ । କିନ୍ତୁ ବହୁତ କମ୍ ଜଣ ଜାଣନ୍ତି ଯେ ସେ ଅଧିକତମ ୧୪ ଜଣଙ୍କୁ ପାଟି ରୂପେ ସ୍ୱୀକାର କରିପାରିଥାନ୍ତେ । ଦ୍ରୌପଦୀଙ୍କ ବିବାହ ପଂଚୁ ପାଣ୍ଡବଙ୍କ ସହ ହେବା ବିଧାତା ଦ୍ୱାରା ସମୟ ପୂର୍ବରୁ ହିଁ ନିର୍ଧାରିତ ଥିଲା ଯାହାର କାରଣ ଶ୍ରୀକୃଷ୍ଣ ସମସ୍ତଙ୍କୁ ଜଣାଇଥିଲେ ।

ପୂର୍ବ ଜନ୍ମ ରେ ଦ୍ରୌପଦୀ ନଳୟନୀ ନାମକ ରାଜକୁମାରୀ ଥିଲେ । ରାଜା ନଳ ଏବଂ ତାଙ୍କ ପତ୍ନୀ ଦମୟନ୍ତୀ ତାଙ୍କ ପିତା ମାତା ଥିଲେ । ଏକଦା ନଳୟନୀ  ଭଗବାନ ଶିବଙ୍କ ଆଶୀର୍ବାଦ ଲାଭ ନିମନ୍ତେ ଘୋର ତପସ୍ୟା କରିଥିଲେ । ମହାଦେବ ପ୍ରସନ୍ନ ହୋଇ ଦର୍ଶନ ଦେବା ପରେ ନଳୟନୀ ବରଦାନ ସ୍ୱରୂପ ପର ଜନ୍ମ ରେ ୧୪ ଟି ସ୍ଵଇଛିତ ଗୁଣ ଥିବା ପାଟି କାମନା କରିଥିଲେ ।   ଯଦିବା ମହାଦେବ ନଳୟନୀଙ୍କ ତପସ୍ୟା ରେ ଅଟ ପ୍ରସନ୍ନ ଥିଲେ କିନ୍ତୁ ସେ ନଳୟନୀ ଙ୍କୁ ବୁଝେଇବାକୁ ଚେଷ୍ଟା କରିଥିଲେ ଯେ ସମସ୍ତ ୧୪ ଗୁଣ କୌଣସି ଜଣେ ବ୍ୟକ୍ତିଙ୍କ ମଧ୍ୟରେ ମିଳିବ ଅସମ୍ଭବ ଅଟେ । କିନ୍ତୁ ନଳୟନୀ ନିଜ ଜିଦ ରେ ଅଡ଼ି ବସିଥିବା ଦେଖି ଭଗବାନ ଶିବ ତାଙ୍କ ଇଛା ପୁରାଣହେବା ଆଶୀର୍ବାଦ ଦେଇଥିଲେ । ଏହି ଆଶୀର୍ବାଦ ଅନୁଯାୟୀ ଅଧିକତମ ୧୪ ଜଣ ସ୍ୱାମୀ ଙ୍କ ସହ ବିବାହ ଏବଂ ପ୍ରତିଦିନ ସକାଳୁ ସ୍ନାନ ପରେ ପୁନଃ  ନିଜ କୁମାରୀତ୍ବ ଲାଭ କରିବା ମଧ୍ୟ ଆଶୀର୍ବାଦ ଅନ୍ତର୍ଗତ ଥିଲା । ସେହି ବରଦାନ ଯୋଗୁଁ ଦ୍ରୌପଦୀ କା ବିବାହ ପଂଚୁ ପାଣ୍ଡବ ଙ୍କ ସହ ହୋଇଥିଲା ଏବଂ ସେ ପଞ୍ଚକନ୍ୟାଙ୍କ ମଧ୍ୟେ ସ୍ଥାନ ପାଇଥିଲେ ।

Related posts

Leave a Comment