ପୂଜାପୁଜି

ସଂସାର ରେ ଜୀବିତ ଥିବା ଆଠ ଜଣ ଚିରଞ୍ଜିବି (ଅମର) ମହାପୁରୁଷ

ହିନ୍ଦୁ ଧର୍ମ ଶାସ୍ତ୍ର ରେ  ଶ୍ଳୋକ ଅଛି |

‘अश्वत्थामा बलिर्व्यासो हनुमांश्च विभीषणः।
कृपः परशुरामश्च सप्तैते चिरंजीविनः॥
सप्तैतान् संस्मरेन्नित्यं मार्कण्डेयमथाष्टमम्।
जीवेद्वर्षशतं सोपि सर्वव्याधिविवर्जित।।’

ଏହି ଶ୍ଳୋକ ର ଭାବାର୍ଥ ହେଉଛି ଅଶ୍ୱତ୍ଥାମା, ରାଜା ବଳି, ବ୍ୟାସ ମୂନି , ହନୁମାନ, ବିଭୀଷଣ, କୃପାଚାର୍ଯ୍ୟ ଏବଂ ଭଗବାନ ପର୍ଶୁରାମ ହିଁ ଏଭଳି ସାତ ଜଣ ମହାପୁରୁଷ ଯେଉଁମାନେ କି ଚିରଞ୍ଜିବି ଅଟନ୍ତି | ଶାସ୍ତ୍ର ଅନୁସାରେ ଯଦି ଏହି ସାତ ଜଣଙ୍କୁ ଏବଂ ମହର୍ଷି ମାର୍କଣ୍ଡେୟଙ୍କୁ ସବୁଦିନ ସ୍ମରଣ କରିବେ ତେବେ ଶରୀରର ସବୁ ରୋଗ ବ୍ୟାଧି ଦୂର ହେବ ସଂଗେ ଶତାୟୁ ହେବେ |

ହିନ୍ଦୁ ଧର୍ମ ଅନୁସାରେ ଏହି ସାତ ଜଣ ମହାପୁରୁଷଙ୍କୁ ଅମରତ୍ୱ ର ବରଦାନ ପ୍ରାପ୍ତ ଅଟେ | ଅର୍ଥାତ ଏମାନେ ସତ୍ୟଯୁଗ ଠାରୁ ବର୍ତମାନ (କଳିଯୁଗ) ପର୍ଯ୍ୟନ୍ତ ଜୀବିତ ଅଛନ୍ତି ଏବଂ ସମ୍ପୂର୍ଣ ବ୍ରହ୍ମାଣ୍ଡ ରେ ବିଚରଣ କରନ୍ତି | ଆସନ୍ତୁ ଜାଣିବା ଏହି ସାତ ଦେବ ପୁରୁଷଙ୍କ ବିଷୟରେ | ଯୋଗ ଶାସ୍ତ୍ର ରେ ଯେଉଁ ଅସ୍ତ ସିଦ୍ଧି ବିଷୟରେ ବର୍ଣନା କରାଯାଇଅଛି, ଏମାନେ ସେ ସମସ୍ତ ରେ ପାରଙ୍ଗମ ଏବଂ  ଜୀବନରେ କୌଣସି ନା କୌଣସି ବଚନ, ନିୟମ ଅଥବା ଅଭିଶାପ ରେ ବନ୍ଧା ହୋଇ ରହିଛନ୍ତି |

ଭଗବାନ ପର୍ଶୁରାମ :

ସର୍ବ ପ୍ରଥମେ ଭଗବାନ ପର୍ଶୁରାମଙ୍କ ବିଷୟରେ ଜାଣିବା | ଭଗବାନ ପର୍ଶୁରାମ ଶ୍ରୀବିବିଷ୍ଣଙ୍କ ଷଷ୍ଠ ଅବତାର ଅଟନ୍ତି | ସେ ଋଷି ଯମଦଗ୍ନି ଏବଂ ମାତା ରେଣୁକା ଙ୍କ ଔରସରୁ ଜନ୍ମିତ | ମାତା ରେଣୁକାଙ୍କର ପାଂଚ ଜଣ ପୁତ୍ର ଥିଲେ, ଯଥା ବସୁମାନ, ବସୁସେନ, ବସୁ, ବିଶ୍ଵାବସୁ ତଥା ରାମ | ସେଠି ମଧ୍ୟରୁ ରାମ ଭବାନ ଶିବଙ୍କୁ ପ୍ରସନ୍ନ କରିବା ସକାଶେ କଠୋର ତପସ୍ୟା କରିଥିଲେ | ମହାଦେବ ପ୍ରସନ୍ନ ହୋଇ ରାମଙ୍କୁ ନିଜର ପର୍ଶୁ ବରଦାନ ରୂପେ ଦେଇଥିଲେ | ତାହା ପରଠୁ ରାମ, ପର୍ଶୁରାମ ଙ୍କ ନାମରେ ପ୍ରସିଦ୍ଧ ହେଲେ | ଭଗବାନ ପର୍ଶୁରାମ ଙ୍କ ଜନ୍ମ ବୈଶାଖ ମାସ ଶୁକ୍ଳ ପକ୍ଷ ତୃତୀୟା ତିଥି ରେ ହୋଇଥିଲା ଏବଂ ସେହି ଦିନ କୁ ଅକ୍ଷୟ  ତୃତୀୟା ଭାବେ ପାଳନ କରାଯାଏ | ଭଗବାନ ପର୍ଶୁରାମ ଶୀରାମଙ୍କ ପୂର୍ବରୁ ଥିଲେ ପରନ୍ତୁ ତାଙ୍କ ଉପସ୍ଥିତି ରାମାୟଣ ଏବଂ ମହାଭାରତ କାଳରେ ମଧ୍ୟ ବର୍ଣିତ |    

ରାଜା ବଳି:

ରାଜା ବଳି ହିନ୍ଦୁ ଶାସ୍ତ୍ର ରେ ଦାନବୀର ରୂପେ ପ୍ରସିଦ୍ଧ | ଦେବତାଙ୍କୁ ଯୁଦ୍ଧ ରେ ପରାସ୍ତ କରି ରାଜା ବଳି ଇଂଦ୍ରଲୋକ ବିଜୟୀ ହୋଇଥିଲେ | ସତ୍ୟ ଯୁଗ ରେ ରାଜା ବଳିଙ୍କ ଉପସ୍ଥିତି ଥିଲା ଯାହାଙ୍କ ଗର୍ବ ଭାଙ୍ଗିବା ସକାଶେ ଭଗବାନ ବିଷ୍ଣ ବାମନ ଅବତାର ଧାରଣ କରିଥିଲେ | ବାମନ ରୂପରେ ଭଗବାନ ବିଷ୍ଣ ରାଜା ବାଳୀଙ୍କୁ ୩ ପାଦ ଭୂମି ଦାନ ରେ ମାଗିଥିଲେ | ଯାହା ଶୁଣି ରାଜା ବଳି ବାମନ ରୁପି ଭଗବାନ ବିଷ୍ଣଙ୍କୁ କହିଥିଲେ ଯେଉଁ ପର୍ଯ୍ୟନ୍ତ ଇଚ୍ଛା ୩ ପାଦ ଭୂମି ମାଗିନେବାକୁ | ଏହାପରେ ଭଗବାନ ବିଷ୍ଣ ନିଜ ବିରାଟ ରୂପ ଧାରଣ କରି ଦୁଇ ପାଦରେ ଦୁଇ ଲୋକ ଅଧିଗ୍ରହଣ କରିନେଲେ ଯଥା ସ୍ୱର୍ଗ ଲୋକ ଆଣ୍ଡ ମର୍ତ୍ୟ ଲୋକ (ପୃଥିବୀ), ଏବଂ ତୃତୀୟ ପାଦ ରାଜା ବଳିଙ୍କ ମସ୍ତକ ଉପରେ ରଖି ତାଙ୍କୁ ପାତାଳ ଲୋକ କୁ ଠେଲିଦେଇଥିଲେ | ଶାସ୍ତ୍ର ଅନୁଯାୟୀ ରାଜା ବଳି ଭକ୍ତ ପ୍ରହଲ୍ଲାଦଙ୍କ ବଂଶଜ ଅଟନ୍ତି | ଭଗବାନ ବିଷ୍ଣ ରାଜା ବଳିଙ୍କ ଉପରେ ଅତ୍ୟଧିକ ପ୍ରସନ୍ନ ଥିଲେ ଏବଂ ସେଠି ସକାଶେ ସେ ରାଜା ବଳିଙ୍କ ଦ୍ୱାରପାଳ ମଧ୍ୟ ବନିଥିଲେ |

ଶ୍ରୀ ହନୁମାନ:  

ତୃତୀୟ ଚିରଞ୍ଜିବି ଦେବପୁରୁଷ ହେଲେ ଭଗବାନ ଶ୍ରୀ ହନୁମାନ | ଶ୍ରୀ ହନୁମାନ ଙ୍କୁ ମହାଦେବ ଶିବଙ୍କ ଅବତାର ବି କୁହାଯାଏ | ଶ୍ରୀରାମ ଭକ୍ତ ହନୁମାନଙ୍କୁ ଅଯର ଏବଂ ଆମର ରହିବ ବରଦାନ ଅଛି | ରାମାୟଣ ସମୟରେ ଜନ୍ମି ଶ୍ରୀ ହନୁମାନ ମହାଭାରତ ସମୟରେ ମଧ୍ୟ ଉପସ୍ଥିତ ଥିଲେ | ଭୀମ ଏବଂ ଶ୍ରୀ ହନୁମାନ ଙ୍କ ତର୍କ ମହାଭାରତ ର ଏକ ଅସାଧାରଣ ଅଙ୍ଗ ଅଟେ | ମାତା ସୀତାଙ୍କୁ ଶ୍ରୀ ହନୁମାନ ଭଗବାନ ଶ୍ରୀରାମଙ୍କ ସନ୍ଦେଶ ଦେବ ପରେ, ମାତା ସୀତା ଖୁଶି ରେ ଶ୍ରୀ ହନୁମାନଙ୍କୁ ଅମରତ୍ୱର ବରଦାନ ଦେଇଥିଲେ | ଆଜି ବି ଶ୍ରୀ ହନୁମାନଙ୍କ ଉପସ୍ଥିତି ଅନୁଭବ କରାଯାଏ |

ରାଜା ବିଭୀଷଣ:

ରାକ୍ଷସ କୂଳରେ ଜନ୍ମିତ ରାକ୍ଷସରାଜ ରାବଣଙ୍କ  ଛୋଟ ଭାଇ ରାଜା ବିଭୀଷଣ | କିନ୍ତୁ ରାବଣ ର ବିପରୀତ, ବିଭୀଷଣ ଶ୍ରୀରାମଙ୍କ ଏକ ଅନନ୍ୟ ଭକ୍ତ ଅଟନ୍ତି | ସୀତା ହରଣ ସମୟରେ ବିଭୀଷଣ ରାବଣକୁ ଶ୍ରୀରାମଙ୍କ ସହ ଶତ୍ରୁତା ନକରିବା ସକାଶେ ପରାମର୍ଶ ଦେଇଥିଲେ ଏବଂ ସେହି ପରାମର୍ଶ ଯୋଗୁଁ ରାବଣ ବିଭୀଷଣ କୁ ଲଙ୍କା ରୁ ତଡ଼ିଦେଇଥିଲା | ଲଙ୍କା ରୁ ଯାଇ ବିଭୀଷଣ ଶ୍ରୀରାମଙ୍କ ସେବା ନିମନ୍ତେ ଚାଲିଯାଇଥିଲେ ଏବଂ ରାବଣ ର ଅଧର୍ମ ର ସମାପ୍ତି ଓ ଧର୍ମ ର ଉପସ୍ଥାପନା ପାଇଁ ଶ୍ରୀରାମଙ୍କୁ ସହଯୋଗ କରିଥିଲେ | କୁହାଯାଏ ଯେ ଯଦି ବିଭୀଷଣ ରାବଣ ବଦ୍ଧ ର ଗୋଚର ଶ୍ରୀରାମଙ୍କୁ ନ କହିଥାନ୍ତେ ତାହେଲେ ରାବଣ ବଦ୍ଧ ଅସମ୍ଭବ ଥିଲା | ସେବା ଏବଂ ଧର୍ମ ପରାୟଣାତା ଯୋଗୁଁ ସେ ଶ୍ରୀରାମଙ୍କ ବହୁତ ନିକଟତର ହୋଇ ପାରିଥିଲେ ଏବଂ ଶ୍ରୀରାମ ବିଭୀଷଣଙ୍କୁ ଅମରତ୍ୱ ର ବରଦାନ ଦେଇଥିଲେ | 

ମହର୍ଷି ବ୍ୟାସ:

ମାର୍ଶ ବ୍ୟାସ ଯାହାଙ୍କୁ ବେଦବ୍ୟାସ ନାମରେ ମଧ୍ୟ ଆମେ ଜାଣିଛେ | ମହର୍ଷି ବ୍ୟାସ ହିଁ ଚାରି ବେଦ, ଅଠର ପୁରାଣ, ମହାଭାରତ ମହାକାବ୍ୟ ଏବଂ ଶ୍ରୀମଦ ଭାଗବତ ଗୀତ ରଚନା କରିଥିଲେ | ସେ ଋଷି ପରାଶର ଏବଂ ମାତା ସତ୍ୟବତୀଙ୍କ ପୁଅ ଥିଲେ | ସେ ଯମୁନା ନଦୀ ତଟରେ ଜନ୍ମ ହୋଇଥିଲେ | ଜନ୍ମ ସମୟ ରେ ତାଙ୍କ ଶରୀର ର ରଙ୍ଗ ସାବନ ଥିଲା, ସେଥି ଯୋଗୁଁ ତାଙ୍କୁ କୃଷ୍ଣ ଦ୍ବୟପାୟନ କୁହାଯାଉଥିଲା | ମହର୍ଷି ବ୍ୟାସଙ୍କ ମାତା ସତ୍ୟବତୀ ପରବର୍ତୀ ସମୟରେ ରାଜା ଶାନ୍ତନୁଙ୍କୁ ବିବାହ କରିଥିଲେ ଯିଏ ଚିତ୍ରାଙ୍ଗଦ ଓ ବିଚିତ୍ରବୀର୍ଯ୍ୟ ଙ୍କୁ ଜନ୍ମ ଦେଇଥିଲେ | ମତ ସତ୍ୟବତୀଙ୍କ ଯୋଗୁଁ ହିଁ ଦେବବ୍ରତ ଭୀଷ୍ମ ପ୍ରତିଜ୍ଞା କରିଥିଲେ ଏବଂ ପିତାମହ ଭୀଷ୍ମ ନାମରେ ରେ ସର୍ବ ବିଦିତ | ଚିତ୍ରାଙ୍ଗଦ ଏକ ଯୁଦ୍ଧ ରେ ମୃତ୍ୟୁ ଲାଭ କରିବା ପରେ ବିଚିତ୍ର ବୀର୍ଯ୍ୟ ମଧ୍ୟ ସନ୍ତାନହୀନ ହିଁ ମୃତ୍ୟୟ ବାରଣ କରିଥିଲେ | ଚିନ୍ତାଗ୍ରସ୍ତ ମାତା ସତ୍ୟବତୀ ମହର୍ଷି ବ୍ୟାସଙ୍କୁ ଅନୁରୋଧ କରିବା ପରେ ସେ ନିଜ ଯୋଗବଳରେ ଅମ୍ବା ଏବଂ ଅମ୍ବାଳିକାଙ୍କୁ ଦୁଇ ପୁତ୍ର ସନ୍ତାନ ଉତ୍ପତି ରେ ସହଯୋଗ କରିଥିଲେ, ସେମାନେ ହେଲେ ଧୃତରାଷ୍ଟ୍ର ଏବଂ ପାଁଡୁ | ଏହା ବ୍ୟତୀତ ଏକ ଦାସୀ ଙ୍କ ସଂଯୋଗରୁ ମହର୍ଷି ବ୍ୟାସଙ୍କ କୃପାରୁ ହିଁ ବିଦ୍ୱାନ ବିଦୁରଙ୍କ ଜନ୍ମ ହୋଇଥିଲା |    

ଅଶ୍ୱତ୍ଥାମା:

ଅଶ୍ୱତ୍ଥାମା ଗୁରୁ ଦ୍ରୋଣାଚାର୍ଯ୍ୟ ଙ୍କ ପୁଅ ଥିଲେ | ଭାଗବାନ ଶିବଙ୍କ ଅନେକ ଅବତାରାଙ୍କ ମଧ୍ୟରୁ ଅଶ୍ୱତ୍ଥାମା ମଧ୍ୟ ଜଣେ ଥିବା ଅନେକ ଶାସ୍ତ୍ରରୁ ଜଣା ପଡେ | ଦ୍ୱାପର ଯୁଗରେ ମହାଭାରତ ଯୁଦ୍ଧ ରେ ଅଶ୍ୱତ୍ଥାମା କୌରବ ସେନା କୁ ସହଯୋଗ କରିଥିଲେ | କିନ୍ତୁ ଯୁଦ୍ଧ ରେ କୌରବଙ୍କ ପରାଜୟ, ଦୁର୍ଯ୍ୟୋଧନ ର ମୃତ୍ୟୁ ଏବଂ ନିଜ ପିତାସହି ଗୁରୁ ଦ୍ରୋଣାଚାର୍ଯ୍ୟଙ୍କ ମୃତ୍ୟୁ ରେ ଭାଙ୍ଗିପଡିଥିବା ଅଶ୍ୱତ୍ଥାମା ଯୁଦ୍ଧ ଉପରାନ୍ତେ ରାତ୍ରି ସମୟରେ ପାଣ୍ଡବ ଭାବି ପଂଚୁ ପାଣ୍ଡବଙ୍କ ପୁତ୍ର ମାନଙ୍କ ବଦ୍ଧ କରିଥିଲା | ପାଣ୍ଡବ ଏହା ଜାଣିବା ପରେ ଅଶ୍ୱତ୍ଥାମା କୁ ମାରିବା ନିମନ୍ତେ ଖୋଜି ବୁଲିଲେ ଏବଂ ଶେଷ ରେ ନିଜ ପ୍ରତିଶୋଧ ପୁରା କରିବା ସକାଶେ ଅଶ୍ୱତ୍ଥାମା ବ୍ରହ୍ମାସ୍ତ୍ର  ର ଉପଯୋଗ କରିଥିଲା | ଉତ୍ତର ସ୍ୱରୂପ ଅର୍ଜୁନ ମଧ୍ୟ ବ୍ରହ୍ମାସ୍ତ୍ର ଚଳାଇଥିଲେ କିନ୍ତୁ ମହର୍ଷି ବ୍ୟାସଙ୍କ ଅନୁରୋଧ ରକ୍ଷା କରି ସଂସାର ର ମଙ୍ଗଳ ସକାଶେ ଅର୍ଜୁନ ବ୍ରହ୍ମାସ୍ତ୍ର କୁ ଫେରାଇ ନେଇଥିଲେ | ଏହାର ବିପରୀତ ଅଶ୍ୱତ୍ଥାମା ବ୍ରହ୍ମାସ୍ତ୍ର ଚଳାଇବା ଜାଣିଥିଲା କିନ୍ତୁ ଫେରାଇନେବା ବିଦ୍ୟା ଜାଣିନଥିଲା | ପ୍ରତିଶୋଧ ପରାୟଣ ହୋଇ ସେ ସେ ଅସ୍ତ୍ର କୁ ଅଭିମନ୍ୟୁ ପତ୍ନୀ ଉତ୍ତରା ଗର୍ଭ କୁ ଛାଡିଦେଇଥିଲା | ଏଥିରେ କ୍ରୋଧିତ ହୋଇ ଭଗବାନ ଶ୍ରୀକୃଷ୍ଣ ଅଶ୍ୱତ୍ଥାମା ର ମସ୍ତକରେ ଥିବା ମଣି କୁ ବାହାର କରିନେଇଥିଲେ ଏବଂ ଅଭିଶାପ ଦେଇଥିଲେ ଯେ ସୃଷ୍ଟି ର ଅନ୍ତ ପର୍ଯ୍ୟନ୍ତ ସେ ରୋଗଗ୍ରସ୍ତ ହୋଇ ବୁଲୁଥିବ |     

କୃପାଚାର୍ଯ୍ୟ:

କୃପାଚାର୍ଯ୍ୟ  ଅଶ୍ୱତ୍ଥାମା ର ମାମୁଁ ଏବଂ ହସ୍ତୀନାପୁର ରାଜା ପରିବାର ର କୁଳଗୁରୁ ଥିଲେ | ଶିକାର କରିବା ସମୟରେ ଏକଦା ରାଜା ଶାନ୍ତନୁଙ୍କୁ ଦୁଇ ଜଣ  ଶିଶୁ ମିଳିଥିଲେ | ସେହି ଦୁଇ ଶିଶୁଙ୍କୁ ଶାନ୍ତନୁ କ୍ରିପି ଏବଂ କୃପ ନାମ ଦେଇ ଲାଳନ ପାଳନ କଲେ | କୁହାଯାଏ ଯେ କୃପ ଏବଂ କ୍ରିପି ଙ୍କ ଜନ୍ମ ମହର୍ଷି ଗୌତମଙ୍କ ପୁତ୍ର ଋଷି ଶରତବାନ ଙ୍କ କୃପାରୁ ହୋଇଥିଲା | କୃପାଚାର୍ଯ୍ୟ ମହାଭାରତ ଯୁଦ୍ଧ ରେ କୌରବ ସେନା ପକ୍ଷରୁ ଲଢ଼ିଥିଲେ ଏବଂ ଶେଷ ପର୍ଯ୍ୟନ୍ତ ଜୀବିତ ଥିଲେ |   

ଋଷି ମାର୍କଣ୍ଡେୟ:

ଅଷ୍ଟମ ଚିରଞ୍ଜିବି ହେଲେ ଋଷି ମାର୍କଣ୍ଡେୟ | ସେ ଭଗବାନ ଶିବଙ୍କ ବଡ ଭକ୍ତ ଥିଲେ | ସେ ମହାଦେବଙ୍କୁ ତପସ୍ୟା କରି ପ୍ରସନ୍ନ କରିଥିଲେ ଏବଂ ମହାମୃତ୍ୟୁଞ୍ଜୟ ମନ୍ତ୍ର କୁ ସିଦ୍ଧ କରିଥିଲେ | ମହାମୃତୁଞ୍ଜୟ ମନ୍ତ୍ର କୁ ମୃତ୍ୟୁ ଉପରେ ବିଜୟ ପ୍ରାପ୍ତ କରିବା ସକାଶେ ସିଦ୍ଧ ବୋଲି ମାନ୍ୟ ଅଛି | ଏଣୁ ସପ୍ତ ଚିରଞ୍ଜିବିଙ୍କ ସହ ଋଷି ମାର୍କଣ୍ଡେୟଙ୍କୁ ମଧ୍ୟ ଧ୍ୟାନ କଲେ ଶରୀର ସୁସ୍ଥ ରହେ ବୋଲି ମାନ୍ୟ ଅଛି | 

Related posts

Leave a Comment